ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ଉଚିତ। ମୀନା ଅଡିଓ ସିରିଜର 'ବୁଦ୍ଧିଆର ବୁଦ୍ଧି' ଅଧ୍ୟାୟରେ ପିଲାଙ୍କ ପ୍ରତିଭାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦିଆଯାଇଛି।
Sep 25, 2020•14 min•Transcript available on Metacast ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 25, 2020•14 min•Transcript available on Metacast ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି ଅଦ୍ୟଶ୍ୟ ଜୀବାଣୁ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥା'ନ୍ତି। ମୀନା ଅଡିଓ ସିରିଜ "ଦିଦିଙ୍କ ଚିଠି" ଅଧ୍ୟାୟରେ ସାବୁନ ହାତ ଧୋଇ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 25, 2020•14 min•Transcript available on Metacast ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ କରାଯାଇଛି।
Sep 25, 2020•14 min•Transcript available on Metacast ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା ଫଳରେ ଦେହ ହାତରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ମୀନା ଅଡିଓ ସିରିଜ 'ହାତ ବଢ଼ାଅ' ଅଧ୍ୟାୟରେ ଦୂଷିତ ଜଳର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।
Sep 25, 2020•14 min•Transcript available on Metacast ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର ସାଙ୍ଗ ମିଲି ଦୌଡ଼ ପ୍ରତିଯୋଗିତାରେ ହାରି ଯାଇଛି।
Sep 25, 2020•14 min•Transcript available on Metacast ପାଠ ପଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହିଛି। ଉପଯୁକ୍ତ ବୟସରେ ପାଠ ପଢ଼ିବା ଫଳରେ ପିଲାମାନଙ୍କର ପାଠରେ ମନ ଲାଗିଥାଏ। ସଠିକ ସମୟରୁ ବିଦ୍ୟା ଗ୍ରହଣ କରୁଥିବା ପିଲାମାନେ ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ହୋଇଥା'ନ୍ତି। କେଉଁ ସମୟରେ କେଉଁ ନିର୍ଣ୍ଣୟ ନିଆଯିବ ସେ ବାବଦରେ ସେମାନେ ଅବଗତ ଥା'ନ୍ତି। ତେଣୁ ବିଦ୍ୟାଳୟରେ ୬ ବର୍ଷ ବୟସରୁ ପିଲାମାନଙ୍କର ନାମ ଲେଖାଯାଏ। ମୀନା ଅଡିଓ ସିରିଜ "ଆଜିର ତାଜା ଖବର" ଅଧ୍ୟାୟରେ ଠିକ ବୟସରେ ପାଠ ପଢ଼ା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 25, 2020•14 min•Transcript available on Metacast ଆତ୍ମବିଶ୍ଵାସ ମଣିଷକୁ ଉଚ୍ଚ ଶୀର୍ଷରେ ପହଞ୍ଚାଇ ଥାଏ। ନିଜ ମନରେ କିଛି କରି ପାରିବାର ସାହସ ହିଁ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଏ। ଅନ୍ୟମାନଙ୍କ ବିଶ୍ଵାସ ଅପେକ୍ଷା ନିଜ ମନୋବଳ ଦୃଢ଼ ରହିଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୀନ ଅଡିଓ ସିରିଜର ଏହି ଅଧ୍ୟାୟରେ ଆତ୍ମବିଶ୍ଵାସୀ ହେବାକୁ ବାର୍ତ୍ତା ଦିଆଯାଇଛି।
Sep 24, 2020•11 min•Transcript available on Metacast ଜ୍ୱର, ସର୍ଦ୍ଦି ହେଉ ଅବା ଯେକୌଣସି ବେମାରୀ ହେଉ ସବୁବେଳେ କେବଳ ଡାକ୍ତର ଓ ନର୍ସ ଦିଦିଙ୍କୁ ଦେଖାଇବା ଦରକାର। ଡାକ୍ତରଙ୍କ ପରାମର୍ଶ ଯେତେ ଜଲଦି କଲେ ରୋଗ ମଧ୍ୟ ସେତେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ। ଗାଁ ବଇଦ କିମ୍ବା ଝଡ଼ା ଫୁଙ୍କାରୁ ଦୂରେଇ ରହନ୍ତୁ। ମାନା ଅଡିଓ ସିରିଜର ଏହି ଅଧ୍ୟାୟରେ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କୁହାଯାଇଛି।
Sep 15, 2020•14 min•Transcript available on Metacast ପୁଅ ହେଉ କି ଝିଅ, ବିଦ୍ୟାଳୟକୁ ସମସ୍ତେ ପାଠ ପଢ଼ିବାକୁ ଆସନ୍ତି। ତେଣୁ ପୁଅ ଝିଅ ଭିତରେ ଫରକ କ'ଣ? ବିଦ୍ୟାଳୟରେ ସମସ୍ତଙ୍କୁ ନିଜ କହିବାର ଅଧିକାର ରହିଛି। ଉପହାସକୁ ଡରି ନିଜର ବିଚାର ପ୍ରକାଶ ନକରିବା ଭଲ କଥା ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ନଡରି ନିଜ ବିଚାରକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି।
Sep 15, 2020•14 min•Transcript available on Metacast କଥା ଶୁଣିବା ବେଳେ ଧ୍ୟାନ ଦେବା ଦରକାର। ଅନ୍ୟମନସ୍କ ହେବା ବିଲକୁଲ ଠିକ ନୁହେଁ। ଏହାସହ ଯାହା ବି ଶୁଣିବ ମନେ ମନେ କିମ୍ବା ଜୋରରେ ଦୋହରାଇବା ଉଚିତ। ଏହା ଦ୍ୱାରା ଶୁଣିବା କଥାକୁ ଆମେମାନେ କେବେବି ଭୁଲିବା ନାହିଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ କଥା ଶୁଣିବା ବେଳେ ଅନ୍ୟମନସ୍କ ନହେବାକୁ ବାର୍ତ୍ତା ଦିଆଯାଇଛି।
Sep 15, 2020•14 min•Transcript available on Metacast ପ୍ରତିଦିନ ସ୍କୁଲ ଗଲେ ଏବଂ ନିଜ ସ୍କୁଲକୁ ଭଲ ପାଇଲେ ବହୁତ କିଛି ଶିଖି ପାରିବା। ଭଲ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫତା ହାସଲ କରିପାରିବ। ସବୁଦିନ ସ୍କୁଲକୁ ଆସିବାର ଅର୍ଥ ସଫଳତାର ପାହାଚ ଚଢ଼ିବା। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ପ୍ରତିଦିନ ସ୍କୁଲ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 15, 2020•14 min•Transcript available on Metacast ଶୌଚାଳୟ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଶୌଚାଳୟ ବ୍ୟବହାର କରିସାରିବା ପରେ ପୂରା ଡବା ପାଣି ନଢାଳିଲେ, ରୋଗ ଜୀବାଣୁ ବ୍ୟପିବା ସହିତ ଶୌଚାଳୟ ଦୁର୍ଗନ୍ଧ ହୋଇଥାଏ। ସେହିପରି ପାଣି ଢାଳିବା ଦ୍ୱାରା ମଶାମାନଙ୍କ ବଂଶ ବୃଦ୍ଧି ହୋଇଥାଏ। ଫଳରେ ମ୍ୟାଲେରିଆ ହେବାର ମଧ୍ୟ ଆଶଙ୍କା ଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚାଳୟ ସଫା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 15, 2020•14 min•Transcript available on Metacast ଶୌଚଳୟ ଯିବା ସମୟରେ ଚପଲ ପିନ୍ଧିବା ବହୁତ ଜରୁରୀ। କାରଣ ଶୌଚାଳୟରେ ଣେଶଗ ଜୀବାଣୁ ଥା'ନ୍ତି। ଆମେ ଖାଲି ପାଦରେ ଶୌଚାଳୟ ଗଲେ ଏହି ଜୀବାଣୁ ଆମ ଶରୀର ଭିତରକୁ ଆସି ରୋଗ ସୃଷ୍ଟି କରିଥାନ୍ତି। ତେଣୁ ଶୌଚଳୟକୁ ଚପଲ ପିନ୍ଧି ଯିବା ଉଚିତ୍। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚଳୟକୁ ଚପଲ ପିନ୍ଧି ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 15, 2020•14 min•Transcript available on Metacast ଆମେ ସମସ୍ତେ ସମାନ। ଜାତି, ଧର୍ମ ଭଳି ବିଷୟରୁ ଆମକୁ ଦୂରେଇ ରହିବା ଦରକାର। ମଣିଷର ପରିଚୟ ତାହା କାମକୁ ନେଇ ହୋଇଥାଏ, ଜାତିକୁ ନେଇ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଜାତିଭେଦ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ସମାଜକୁ ବାର୍ତ୍ତା ଦିଆଯାଇଛି।
Sep 15, 2020•14 min•Transcript available on Metacast ବିଡ଼ି, ତମାଖୁ ଆଦି ଦ୍ରବ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ବଡ଼ ବଡ଼ ରୋଗ ହୋଇଥାଏ। ତମାଖୁ ସେବନ ପାଇଁ କେହି ବାଧ୍ୟ କରୁଛନ୍ତି, ତେବେ ଜାଣି ଶୁଣି କିଭଳି ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା? ମାନା ଅଡିଓ ସିରିଜରେ ତମାଖୁ ସେବନ ନକରିବା ପାଇଁ ବାର୍ତ୍ତା ଦିଆଯାଇଛି। ଯଦି କେହି ବାଧ୍ୟ କରୁଛନ୍ତି, ତେବେ ମନା କରିବା ସହିତ ତାକୁ ମଧ୍ୟ ତମାଖୁ ଛାଡ଼ିବା ପାଇଁ ଉପଦେଶ ଦେବା ଦରକାର।
Sep 14, 2020•14 min•Transcript available on Metacast ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ଆମ ଖାଦ୍ୟରେ ସବୁଜ ପନିପରିବା, ଡାଲି, ମାଛ, ମାଂସ, ଅଣ୍ଡା, ଗୁଡ଼ ଆଦି ରହିବା ଦରକାର। ଏହି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କେଶ ଲମ୍ବା ହୋଇଥାଏ ଓ ଚେହେରାରେ ମଧ୍ୟ ଚମକ ଆସିଥାଏ। ମୀନା ଅଡ଼ିଓ ସିରିଜର ଏହି ଅଧ୍ୟାୟରେ ସୁଷମ ଖାଦ୍ୟ ଖାଇବା ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 14, 2020•14 min•Transcript available on Metacast ଶରୀରରେ ରୋଗ ସୃଷ୍ଟି ହେବାର ଏକ ମାଧ୍ୟମ ହେଉଛି ଆମ ହାତ। ତେଣୁ ଖାଇବା ପୂର୍ବରୁ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ନଚେତ ମଇଳା ହାତ ଦେଇ ରୋଗ ଜୀବାଣୁ ଆମ ପେଟକୁ ଯାଇଥାଏ ଏବଂ ସୃଷ୍ଟି କରିଥାଏ। ହାତ ଧୋଇବା କାହିଁକି ଆବଶ୍ୟକ ଏବଂ ହାତ ଧୋଇବାର ପ୍ରଣାଳୀ ବିଷୟରେ ୟୁନିସେଫ୍ ମୀନା ଅଡିଓ ସିରିଜରେ କୁହାଯାଇଛି।
Sep 14, 2020•14 min•Transcript available on Metacast ବାହାରେ ଶୌଚ କରିବା ଏକ ଖରାପ ଅଭ୍ୟାସ। ଏହା ଫଳରେ ଅନେକ ରୋଗ ଜୀବାଣୁ ଶରୀର ଭିତରକୁ ଯାଇ ରୋଗ କରାନ୍ତି। ସେହିପରି ପରିବେଶ ପ୍ରଦୂଷିତ ହେବା ଫଳରେ ଅନ୍ୟମାନେ ମଧ୍ୟ ରୋଗର ଶିକାର ହୁଅନ୍ତି। ତେଣୁ ପାଇଖାନା ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ମଧ୍ୟ ଶୌଚାଳୟ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ମୀନା ଅଡିଓ ସିରିଜ ଅଧ୍ୟାୟରେ ଶୌଚାଳୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।
Sep 14, 2020•14 min•Transcript available on Metacast ଜାତିଭେଦ ଏକ କୁତ୍ସିତ ସାମାଜିକ ପ୍ରଥା। ଅନ୍ୟକୁ ଛୋଟ ଜାତି ଭାବେ ପରିହାସ କରିବା ଅନୁଚିତ। ମଣିଷପଣିଆକୁ ଚିହ୍ନିବାକୁ ହେବ, ଜାତିକୁ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସମାନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
Sep 14, 2020•14 min•Transcript available on Metacast ଝିଅମାନେ ପାଠପଢି କ’ଣ କରିବେ? ଝିଅମାନେ ବାହରେ ନ ବୁଲି ଘରକାମ କରିବା ଉଚିତ। ଅଧିକାଂଶ ଲୋକ ଝିଅମାନଙ୍କୁ ନେଇ ଏମିତି କେତେ କଥା ଚିନ୍ତା କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବର୍ଫି ତିଆରି ପ୍ରତିଯାଗିତା’ ଅଧ୍ୟାୟରେ ବାଳିକାମାନଙ୍କ ପାଠପଢା ଉପରେ ଗୁରୁତ୍ଵ ଦିଆଯାଇଛି।
Sep 14, 2020•14 min•Transcript available on Metacast ଶାରୀରିକ ଅକ୍ଷମତା ବ୍ୟକ୍ତି କୌଣସି କାମ କରିପାରିବନି ଭାବିବା ଆଦୌ ଉଚିତ ନୁହେଁ। ସେମାନଙ୍କୁ ସହଯୋଗ କଲେ ସେମାନେ ମଧ୍ୟ ସବୁ କାମ ସମ୍ଭବ କରିପାରିବେ। ସେମାନଙ୍କୁ ହେୟଜ୍ଞାନ ନକରି ଧୈର୍ଯ୍ୟର ସହ ସାହାଯ୍ୟ କରିବା ଫଳରେ ସେମାନେ ସବୁକିଛି କରିବାକୁ ସକ୍ଷମ ହୋଇପାରିବେ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବନ୍ଧୁତାର ରହସ୍ୟ’ ଅଧ୍ୟାୟରେ ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସବୁ ସମୟରେ ବନ୍ଧୁ ଭଳି ସାହାଯ୍ୟ କରିବା ଉଚିତ ବୋଲି ବାର୍ତ୍ତା ଦିଆଯାଇଛି।
Sep 14, 2020•14 min•Transcript available on Metacast ସବୁ ଦୁଃଖର କିଛି ନା କିଛି କାରଣ ଥାଏ। ଏହି ଦୁଃଖକୁ ଅଧିକ ଦିନ ମନ ଭିତରେ ରଖିଲେ ରାଗ ଆସିଥାଏ। ତେଣୁ ନିଜ ମନର ସବୁ ସୁଖଦୁଃଖ ଅନ୍ୟ ସହ ବାଣ୍ଟି ଦେଲେ ଖୁସି ଲାଗେ। ନିଜ ସମସ୍ୟା ଆଉ କାହାକୁ ଜଣେଇଲେ ସମାଧାନର ବାଟ ବାହାରି ଆସେ। ମୀନାର ସାଙ୍ଗ ମୁରଲୀ ସହ ସେମିତି ଘଟଣା ଘଟିଛି। ମୁରଲୀର ବାପା ଅସୁସ୍ଥ ଥିବା ଯୋଗୁଁ ମୁରଲୀକୁ ସବୁ କାମ କରିବା ପାଇଁ ପଡୁଛି। ପରେ ମୀନା ମୁରଲୀ ଚିନ୍ତାର କାରଣ ଜାଣି ତାକୁ ଖୁସି କରାଉଛି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଭାରି ଖୁସି ଲାଗୁଛ ତ!’ ଅଧ୍ୟାୟରେ ବାର୍ତ୍ତା ଦିଆଯାଇଛି ଯେ, ସୁଖ କିମ୍ବା ଦୁଃଖ ଅନ୍ୟ ସହ ବାଣ୍ଟିଲେ ଖୁସି ମିଳିଥାଏ।
Sep 13, 2020•14 min•Transcript available on Metacast ଯଦି ଆମେ ଆମ କାର୍ଯ୍ୟ ଏକ ତାଲିକା ପ୍ରସ୍ତୁତ କରିବା, ତେବେ ସେହି କାର୍ଯ୍ୟକୁ ଠିକ୍ ସମୟରେ ପୁରଣ କରିପାରିବା। କେଉଁ କାମ ପ୍ରଥମେ କରିବ ଏବଂ କେଉଁ କାମ କିଛି ସମୟ ପରେ କରିବ, ସବୁ କାମର ଏକ ସମୟ ନିର୍ଦ୍ଧାରଣ କରିବା ଉଚିତ। ସମୟର ହିସାବ ରଖି ଯୋଜନା ପ୍ରସ୍ତୁତ କଲେ କାମ ଠିକ୍ ସମୟରେ ସରିଯିବ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସବୁ କାମ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦିଆଯାଇଛି।
Sep 13, 2020•14 min•Transcript available on Metacast ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳମୂଳ, ପାଳଙ୍ଗ, ଅଣ୍ଡା, ଗାଜର, କ୍ଷୀର ଓ ଅମୃତଭଣ୍ଡା ଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର ମଧ୍ୟ କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମାଆଙ୍କ ଚୁଡ଼ି’ ଅଧ୍ୟାୟରେ ସୁସ୍ଥ ଆଖି ଓ ଶରୀର ପାଇଁ ସବୁଜ ପନିପରିବାର ଗୁରୁତ୍ଵ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।
Aug 26, 2020•14 min•Transcript available on Metacast ଆମ ଶରୀରରେ ଥାଇରଏଡ୍ ହରମୋନ୍ର ପ୍ରସ୍ତୁତି ପାଇଁ ଆୟୋଡିନ୍ର ଭୂମିକା ଖୁବ୍ ବେଶୀ। ଆୟୋଡିନ୍ ଅଭାବରୁ ଶାରୀରିକ ଓ ମାନସିକ ବିକାଶରେ ବାଧାପ୍ରାପ୍ତ ହୋଇଥାଏ। ଏହାଛଡ଼ା ଗଳଗଣ୍ଡ ଭଳି ସମସ୍ୟା ହୋଇଥାଏ। ଆୟୋଡିନ୍ ଗ୍ରହଣ କରିବାର ସବୁଠୁ ସହଜ ଉପାୟ ହେଲା ଲୁଣ। ସେଥିପାଇଁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର କରିବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମୁଁ ଭୁଲି ଗଲି’ ଅଧ୍ୟାୟରେ ଆୟୋଡିନ୍ ଲୁଣ ଶରୀର ପାଇଁ କେତେ ଜରୁରୀ, ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
Aug 26, 2020•14 min•Transcript available on Metacast ସୁସ୍ଥ ଓ ମଜବୁତ ହାଡ଼ ସବୁବେଳେ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ହାଡ଼କୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍, ଭିଟାମିନ୍ ଡି ଓ ଅନ୍ୟାନ୍ୟ ପୋଷକ ତତ୍ୱ ଅନ୍ତର୍ଭୁକ୍ତ। ଏହା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଆମ ହାଡ଼କୁ ମଜଭୁତ କରିଥାଏ। ଫଳରେ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ତେଣୁ ସୁସ୍ଥ ଶରୀର, ଶକ୍ତ ହାଡ଼ ଲାଗି କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ଘରର ଭୂତ’ ଅଧ୍ୟାୟରେ ସୁସ୍ଥ ଶରୀର ପାଇଁ ପୋଷଣର ଆବଶ୍ୟକତା ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।
Aug 26, 2020•14 min•Transcript available on Metacast ଦାନ୍ତର ସଠିକ୍ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ଦାନ୍ତରୁ ରକ୍ତ ବାହାରିବା ଓ ଦୁର୍ଗନ୍ଧ ହେବା ଭଳି ସମସ୍ୟା ଉପୁଜିଥାଏ। ତେଣୁ, ଖାଇ ସାରିବା ପରେ ଦାନ୍ତ ଘଷିବା ନିହାତି ଜରୁରୀ। ଦିନକୁ ଅତି କମରେ ଦୁଇଥର ଦାନ୍ତ ସଫା କରିବା ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପତ୍ତି। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ଏହି ଅଧ୍ୟାୟରେ ଦାନ୍ତର ଯତ୍ନ ଉପରେ ଗୁରୁତ୍ଵ ଦିଆଯାଇଛି।
Aug 26, 2020•14 min•Transcript available on Metacast ସଠିକ ପୋଷଣ ଶରୀରକୁ ସନ୍ତୁଳିତ ରଖେ ଏବଂ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ। ସବୁପ୍ରକାର ଖାଦ୍ୟରୁ ବିଭିନ୍ନ ପୋଷଣ ମିଳିଥାଏ ଯାହା ଶରୀରକୁ ସୁସ୍ଥ ଓ ନିରୋଗ ରଖେ। ଉପଯୁକ୍ତ ପୋଷଣ ନ ପାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ। ଫଳରେ ଆମେ ଅନେକ ରୋଗରେ ପଡ଼ିଥାଉ। ତେଣୁ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଚାଲ ଏମିତି କରିବା’ ଅଧ୍ୟାୟରେ ସଠିକ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉପରେ ଗୁରୁତ୍ଵ ଦିଆଯାଇଛି।
Aug 26, 2020•14 min•Transcript available on Metacast ହାତ ପରିଷ୍କାର ରହିଲେ ରୋଗ ଜୀବାଣୁ ଶରୀରକୁ ଯାଇପାରେ ନାହିଁ। ଖାଇବା ପୂର୍ବରୁ ଏବଂ ପରେ, ଶୌଚ ହେବା ପରେ ହାତକୁ ସାବୁନରେ ଭଲ କରି ଖୋଇବା ଦରକାର। ଏହା ଆମ ଶରୀରକୁ ଅନେକ ରୋଗ ଜୀବାଣୁଠାରୁ ରକ୍ଷା ଦେଇଥାଏ। ହେଲେ ଆଜି ବି ଗାଁ ଗହଳୀରେ ପାଉଁଶ, ମାଟି ଏବଂ ଅନ୍ୟାନ୍ୟ ଜିନିଷର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ହାତ ସଫା ହୁଏନାହିଁ। ଫଳରେ ରୋଗ ଜୀବାଣୁ ପେଟ ଭିତରକୁ ଯାଇ ବିଭିନ୍ନ ସଂକ୍ରମଣ ସହ ରୋଗ ସୃଷ୍ଟି କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଲାଲାଜୀଙ୍କ ଭୋଜି’ ଅଧ୍ୟାୟରେ ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ଵ ଦିଆଯାଇଛି।
Aug 26, 2020•14 min•Transcript available on Metacast